Resources

 

'ଓଡ଼ିଶା ମିଡ଼ିଆ ରିପୋର୍ଟ ୨୦୨୩' ଡାଉନଲୋଡ଼ କରିବା ନିମନ୍ତେ ତଳ ଲିଙ୍କରେ କ୍ଳିକ୍ କରନ୍ତୁ

Download 

Odisha Media Report 2023

Author : Dr. Pradeep Mahapatra

E-Book Publisher: P.M. Digital Documentation

Berhampur / Odisha State / India / 2023

E-mail : pmdigidocu@gmail.com

Text : Odia Language


‘ଓଡ଼ିଶା ମିଡ଼ିଆ ରିପୋର୍ଟ ୨୦୨୩’ ସଂକଳନରେ ଆନ୍ତର୍ଜାତିକସ୍ତରରେ ଆଲୋଡ଼ନ ସୃଷ୍ଟି କରିଥିବା ସୃଜନ କୃତ୍ରିମ ବୁଦ୍ଧିମତ୍ତା ସାମ୍ୱାଦିକତାରେ ଉପଯୋଗ ସଂପର୍କରେ ଏଗାରଗୋଟି ରଚ଼ନା ସ୍ଥାନୀତ । ମହାମାରୀ-ପର ପରିବର୍ତ୍ତିତ ପରିବେଶ ‘ନ୍ୟୂ-ନରମାଲ’ରେ ସମ୍ୱାଦ ମଞ୍ଚ ଚୟନ, ସମ୍ୱାଦ ଉପଭୋକ୍ତାଙ୍କ ଆଚ଼ରଣ, ସମ୍ୱାଦ ମଞ୍ଚକୁ ଅନାଦର ଓ ବିଶ୍ୱସନୀୟ ସାମ୍ୱାଦିକତା ବିକାଶ ଭଳି ବିଷୟ ଚର୍ଚ୍ଚା ସମୃଦ୍ଧ । କ୍ରମବିକଶିତ ସ୍ଥାନୀୟ, ନାଗରିକ, ବ୍ୟାଖ୍ୟାଧର୍ମୀ, ସମାଧାନ ଓ ବିଦ୍ୟାର୍ଥୀ ସାମ୍ୱାଦିକତା ବିଶ୍ଳେଷଣ ଅନ୍ୟାନ୍ୟ ଆକର୍ଷଣ । ଦୃଷ୍ଟି ଆକର୍ଷଣକାରୀ ସମ୍ୱାଦ ମଞ୍ଚ ମଧ୍ୟରୁ ଜାର୍ମାନ ଭାଷାରେ ‘ୱିନର ଜାଇତୁଙ୍ଗ’, ଫରାସୀ ‘ମିଡ଼ିଆପାର୍ଟ’, ଲେବନିଜ ‘ଦରାଜ’ ଓ ଇଂଲିଶ ‘ବଜଫଡ଼ ନିଉଜ’, ‘କଣ୍ଟ୍ରି ହାଇୱେ’ ଉଦାହରଣ ସମସାମୟିକ ସାମ୍ୱାଦିକତାର ଗତିପ୍ରକୃତି ନିର୍ଦ୍ଧାରକ । ୟୁକ୍ରେନ ଓ ଇସ୍ରାଏଲ-ହମାସ ଯୁଦ୍ଧ ସାମ୍ୱାଦିକତା ସମୀକ୍ଷା ମଧ୍ୟ ସଂକଳନରେ ସନ୍ନିବଶିତ । 

‘ସ୍ଥାନୀୟ ସାମ୍ୱାଦିକତା ବିକାଶ’

ଡ଼ାଉନଲୋଡ଼ କରିବା ନିମନ୍ତେ

ନିମ୍ନ ଲିଙ୍କରେ କ୍ଳିକ କରନ୍ତୁ

Download 

Campaign for Development of Local Journalism

A report by www.pmjournalism.in

 

Author : Dr Pradeep Mahapatra

Language : Odia, Pages : 16

Publication Date : March 2023 

ଓଡ଼ିଆ ଭାଷାରେ ୨୦୨୩ ଆଦ୍ୟଭାଗ ସୁଦ୍ଧା ଶତାଧିକ ମୁଦ୍ରିତ ଦୈନିକ ସମ୍ୱାଦପତ୍ର ପ୍ରକାଶନର ହିସାବ ଉପଲବ୍ଧ ଥିଲେ ହେଁ ମହାମାରୀ-ପର ପରିବର୍ତ୍ତିତ ପରିବେଶ ‘ନ୍ୟୂ-ନରମାଲ’ରେ ନବେ ପ୍ରତିଶତ ଉଭୟ ସମ୍ପାଦକୀୟ ଓ ବ୍ୟାବସାୟିକ ଦୃଷ୍ଟିରୁ ସଙ୍କଟାପନ୍ନ ଅବସ୍ଥାରେ ଉପନୀତ । ଏହି ବିଷ-ବଳୟରୁ ଉଦ୍ଧାର ପାଇବା ନିମନ୍ତେ ପ୍ରକାଶନ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଜରୁରୀ । ଟେଲିଭିଜନ ଓ ଡିଜିଟାଲ ମଞ୍ଚ ସହ ପ୍ରତିଯୋଗିତା ଓ ପାଠକଙ୍କ ସମ୍ୱାଦ-ବିମୁଖ ଆଚ଼ରଣର ମୁକାବିଲା କରିବା ଲାଗି ସର୍ଜନଶୀଳ ପ୍ରକାଶନ ମଡ଼େଲ ବିକାଶ ଓ ଉପଯୋଗ ଗୁରୁତ୍ୱପୂର୍ଣ୍ଣ । ଆନ୍ତର୍ଜାତିକସ୍ତରରେ ମୁଦ୍ରିତ ସମ୍ୱାଦପତ୍ର କ୍ଷେତ୍ରରେ ‘ସ୍ଥାନୀୟ ସାମ୍ୱାଦିକତା’ ପରୀକ୍ଷା-ନିରୀକ୍ଷାରେ ଅଗ୍ରଣୀ ରହିଛି । ଓଡ଼ିଶାର ସମସାମୟିକ ଗଣମାଧ୍ୟମ ପରିଧି ଉପଯୋଗୀ ପ୍ରସ୍ତୁତ ଏକ ମଡ଼େଲ ବିଚାର-ବିମର୍ଷ ଯୋଗ୍ୟ । 

'ଓଡ଼ିଶା ମିଡ଼ିଆ ରିପୋର୍ଟ ୨୦୨୨' ଡାଉନଲୋଡ଼ କରିବା ନିମନ୍ତେ ତଳ ଲିଙ୍କରେ କ୍ଳିକ୍ କରନ୍ତୁ

Download 

Odisha Media Report 2022

Author : Dr. Pradeep Mahapatra

E-Book Publisher: P.M. Digital Documentation

Berhampur / Odisha State / India / 2022

E-mail : pmdigidocu@gmail.com

Text : Odia Language


‘ଓଡ଼ିଶା ମିଡ଼ିଆ ରିପୋର୍ଟ ୨୦୨୨’ରେ ସନ୍ନିବଶିତ ୫୨ଗୋଟି ରଚ଼ନା ମଧ୍ୟରେ ସୂଚ଼ନା-ପ୍ରାଚୁର୍ଯ୍ୟ ପରିବେଶ, ସମ୍ୱାଦ-ବିମୁଖ ପରିବେଶ ଓ ପାଠକୀୟ ପ୍ରତ୍ୟାଶା ସମସାମୟିକ ଗଣମାଧ୍ୟମରେ କ୍ରମବିକଶିତ ଉପଭୋକ୍ତା ବିରୋଧାଭାସର ସୂଚ଼ନା ଦେଇଥାଏ । ଅପରପକ୍ଷେ ସାମ୍ୱାଦିକତା ଅନୁଭବ, ସମ୍ୱାଦ ଓ ଅଭିମତ ପରିଚାଳନା, ସାମ୍ୱାଦିକର କାର୍ଯ୍ୟଭାର, ସାମ୍ୱାଦିକଙ୍କୁ ହତ୍ୟା ଓ ସାମ୍ୱାଦିକତା ବିଦ୍ୟାର୍ଥୀ ଆଚ଼ରଣ ସଂହିତା ସମ୍ୱାଦକର୍ମୀଙ୍କ ବୃତ୍ତି ତଥା ପ୍ରବୃତ୍ତିଗତ ଜୀବନକୁ ପ୍ରଭାବିତ କରିପାରିବ । ‘ଫେକ ନିଉଜ’ ଆଇନ, ଡ଼ିଜିଟାଲ ମିଡ଼ିଆ ନିୟମାବଳୀ ସଂଶୋଧନ ୨୦୨୨, ଚ଼ିଠା ଟେଲିଯୋଗାଯୋଗ ବିଲ ୨୦୨୨, ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ବିଲ ପ୍ରତ୍ୟାହୃତ, ଚ଼ିଠା ଡ଼ିଜିଟାଲ ବ୍ୟକ୍ତିଗତ ଡ଼ାଟା ସୁରକ୍ଷା ବିଧ୍ୟେୟକ ୨୦୨୨ ଓ ନ୍ୟାୟାଳୟରେ ଟୁଇଟର ଭଳି ରଚ଼ନା ଗଣମାଧ୍ୟମ ଆଇନ କ୍ଷେତ୍ରରେ ନୂତନ ପଦକ୍ଷେପଗୁଡ଼ିକ ସହ ପରିଚ଼ିତ କରାଇଥାଏ । ଗୁଗୁଲ ଫର ଇଣ୍ଡିଆ ୨୦୨୨ ଓ ଗଣମାଧ୍ୟମ ପୂର୍ବାନୁମାନ ୨୦୨୩ ଗଣମାଧ୍ୟମ ସମ୍ଭାବ୍ୟ ଭବିଷ୍ୟତ ଆକଳନ ଆଧାରିତ ।